ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିାଶା ଆସୁଥିବା ବେଳେ ଏ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପାଇଁ ସୋମବାର ଏକ ବୈଠକ ଅନୁଷ୍ଠିତ ହୋଇଛି। ସୂଚନା ଅନୁସାରେ ଡିସେମ୍ବର ୮ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶାର ଖୋର୍ଦ୍ଧା ଓ ଉତ୍କଳ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିବେ।

ତେବେ ତାଙ୍କର ସୁରକ୍ଷା ପାଇଁ ଆଜି ପୁଲିସ ପକ୍ଷରୁ ଏକ ବୈଠକ ହୋଇଛି। ତେବେ ଏଥିରେ ପୁଲିସ ଡିଜିପି ସତ୍ୟଜିତ ମହାନ୍ତି, ପୁଲିସ ମୁଖ୍ୟାଳୟର ଏଡିଜି ବିନୟତୋଶ ମିଶ୍ର, ଏଡିଜି ଆରପି କୋଚେ, ରେଲୱେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ, କଟକ ଓ ଭୁବନେଶ୍ୱର ପୁଲିସ କମିଶନର ସୁଧାଂଶୁ ସଡଙ୍ଗି, ଆଇଜି ସୌମେନ୍ଦ୍ର ପ୍ରୋୟାଦର୍ଶୀ ପ୍ରମୁଖ ପୁଲିସ ଅଧିକାରୀ ଉପସ୍ତିତ ଅଛନ୍ତି।
ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲିରେ ଯୋଗଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।