ପ୍ରେମଚାନ୍ଦ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ତୃପ୍ତି ସମ୍ମିଳନୀ କକ୍ଷରେ ମହାନ ନାଟ୍ୟକାର ସ୍ୱର୍ଗତ ପ୍ରେମଚାନ୍ଦ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମୃତି ଚାରଣ ସଭା ଆୟୋଜନ କରାଯାଇଛି । ଉତ୍କଳ ପରିଷଦର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜୟ ଚୌଧୁରୀ, ଦେବେନ୍ଦ୍ର ପ୍ରଧାନ, ଯେମାମଣୀ ବିଷୋୟୀ ଓ ପ୍ରଭାସିନୀ ମହାନ୍ତି ପ୍ରମୁଖ ବରିଷ୍ଟ ସଭ୍ୟ ସଭ୍ୟାଙ୍କ ସହ ନବରଙ୍ଗପୁର ଉତ୍କଳ ପରିଷଦ ସମ୍ବାଦ ସାହିତ୍ୟ ଘର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ପ୍ରେମଚାନ୍ଦ ପ୍ରେମୀ ତାଙ୍କର ଗୁଣଗାନ କରିଥିଲେ । ସେ ଜଣେ ଶାନ୍ତ ସରଳ ନିଷ୍ଠାବାନ ସାହିତ୍ୟ ସାଧକ ଓ ନାଟ୍ୟ ନିର୍ଦେଶକ ଥିଲେ । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସହରର ଡା. ବିଜୟ ମିଶ୍ର, ଅବନୀ ତ୍ରିପାଠୀ, ରାମ ପ୍ରସାଦ ପାତ୍ର, ତପନ ବିଷୋୟୀ, ନିରଞ୍ଜନ ମିଶ୍ର, ଜଗଦୀଶ ତ୍ରିପାଠୀ, ଦିଲ୍ଲୀପ ହୋତା, ଦୁର୍ଗା ପାଢ଼ୀ, ତ୍ରିପତି ବାଲାଜୀ ସାହୁ, ସୁରେଶ ମହାନ୍ତି, ଜାହ୍ନବୀ ପଣ୍ଡା, ପୂର୍ଣ୍ଣ ମହାପାତ୍ର, ପର୍ଶୁରାମ ସାହୁ, ରଜନୀ କାନ୍ତ ପାତ୍ର, ଚିଦା ପଟ୍ଟନାୟକ, ମନୋଜ ପଟ୍ଟନାୟକ, ଝରଣା ପଟ୍ଟନାୟକ, ସ୍ୱର୍ଣଲତା ପଟ୍ଟନାୟକ, ପି. ରବିକାନ୍ତ ରଘୁରାମ, କନକଲତା ମହାଙ୍କୁଡ଼, ଗୋପାଳ ପାଣିଗ୍ରାହୀ ଓ ଜଗନ୍ନାଥ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ଅଧ୍ୟାପକ ଅଖିଳ କୁମାର ଭଟ୍ଟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।