ପ୍ରତୀକ ସିଂ ହେଲେ ରାଜଧାନୀର ନୂଆ ଡିସିପି

ନୂଆଦିଲ୍ଲୀ: ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି । ଏହିକ୍ରମରେ କଟକ ଡିସିପି ପ୍ରତୀକ ସିଂ ଭୁବନେଶ୍ୱର ଡିସିପି ହୋଇଛନ୍ତି । ଆଉ ବ୍ରହ୍ମପୁର ଏସପି ପିନାକ ମିଶ୍ର କଟକ ଡିସିପି ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ମନୋଜ କୁମାର ଛାବ୍ରା ଜେଲ ବିଭାଗ ଡିଜି ଭାବେ ନିଯୁକ୍ତି ପାଇଥିବା ବେଳେ ସନ୍ତୋଷ ଉପାଧ୍ୟୟ ହୋମଗାର୍ଡ ଓ ଅଗ୍ନିଶମ ଡିଜି ହୋଇଛନ୍ତି । ସଞ୍ଜୀବ କୁମାର ପଣ୍ଡା ଗୁଇନ୍ଦା ନିର୍ଦ୍ଦେଶକ ଓ ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ନିଯୁକ୍ତି ମିଳିଛି । ଆଇଜି କମ୍ୟୁନିକେସନ ସତୀଶ ଗଜଭିୟେ, ଏଚଆରପିସି ଆଇଜି ସଫିନ ଅହମ୍ମଦ କେ, ଅତିରିକ୍ତ ପୁଲିସ କମିଶନର ଉମାଶଙ୍କର ଦାଶ ଓ ନୀତି ଶେଖର ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଭାବେ ନିଯୁକ୍ତି ମିଳିଥିବା ଜଣାପଡ଼ିଛି ।

ସେହିପରି ପରମାର ସ୍ମିତ ପୁରୁଷୋତ୍ତମ ଦାସଙ୍କୁ ବରଗଡ଼ର ନୂଆ ଏସପି ଭାବେ ନିଯୁକ୍ତି ମିଳିଥିବାବେଳେ ରାହୁଲ ଜୈନଙ୍କୁ ଝାରସୁଗୁଡ଼ା, ଶ୍ରବଣା ବିବେକ ଏମଙ୍କୁ ବ୍ରହ୍ମପୁର, ସିଦ୍ଧାର୍ଥ କୋଟାରିୟାଙ୍କୁ ଖୋର୍ଦ୍ଧା, ଏସ୍ ସୁଶ୍ରୀଙ୍କୁ ନବରଙ୍ଗପୁର, ଅଭିଳାଷ ଜିଙ୍କୁ କଳାହାଣ୍ଡି ଓ ଅଲେଖ ପହିଙ୍କୁ ନୟାଗଡ଼ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।