ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅସୁସ୍ଥ ହୋଇପଡ଼ିଛନ୍ତି ରାଜ୍ୟ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ଆଇନମନ୍ତ୍ରୀ ପ୍ରତାପ ଜେନା। କନ୍ଧମାଳରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିବା ବେଳେ ତାଙ୍କୁ ଫୁଲବାଣୀ ସର୍କିଟ ହାଉସରେ ଚିକିତ୍ସା କରାଯାଉଛି। ଡାକ୍ତର ଉତ୍ପଳ କେଶରୀଙ୍କ ନେତୃତ୍ୱରେ ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି।

ସେ ୪ ଦିନିଆ ଫୁଲବାଣୀ ଗସ୍ତରେ ଥିବା ବେଳେ ଆଜି ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ଫୁଲବାଣୀ ଡାକ୍ତରଖାନରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ରକ୍ତଚାପ ସହିତ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ଜଣାପଡିଛି। ତାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏନେଇ ହେଲିକାପ୍ଟର ଯୋଗେ ଶ୍ରୀ ଜେନାଙ୍କୁ ଭୁବନେଶ୍ବର ଅଣାଯାଉଛି। କନ୍ଧମାଳ ଜିଲ୍ଲାପାଳ ଡାବୃନ୍ଦ, ଡିଏସପି ଭିନିତ ଅଗରୱାଲ, ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ, ଗ୍ରାମ୍ୟପାନୀୟ ଜଳ ବିଭାଗ ଏସଇ ଇଂ ସନ୍ତୋଷ କୁମାର କରଙ୍କ ସମେତ ବହୁ ବରୀଷ୍ଠ ଅଧିକାରୀ ଓ ଡାକ୍ତରମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ଅବସ୍ଥା କଥା ବୁଝୁଛନ୍ତି।

୪ ଦିନିଆ କନ୍ଧମାଳ ଗସ୍ତରେ ଆସି ମନ୍ତ୍ରୀ ଜେନା ଦାରିଙ୍ଗବାଡି, କୋଟଗଡ, ତୁମୁଡିବନ୍ଧ ବାଲିଗୁଡ଼ାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବାପରେ ଶନିବାର ଫୁଲବାଣୀ ସର୍କିଟ ହାଉସରେ ପହଞ୍ଚିଥିଲେ। ଆଜି ଚକାପାଦ ଶଙ୍କରା ଖୋଲ, ବସ୍ତିଙ୍ଗିଆ, ଗଞ୍ଜ ଗୁଡ଼ା ଆଦି ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ୍ନ ପ୍ରକଳ୍ପ ଉଦଘାଟନ କରିବାର ଥିଲା।