ଅନ୍ତିମ ଯାତ୍ରାରେ ପ୍ରଣବ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଆଜି ସମଗ୍ର ଦେଶବାସୀ ଅନ୍ତିମ ବିଦାୟ ଦେବେ। ଲୋଧୀ ରୋଡସ୍ଥିତ ଶ୍ମଶାନ ଘାଟରେ ଶେଷକୃତ୍ୟ ସମ୍ପନ୍ନ କରାଯିବ। ଅନ୍ତିମ ଦର୍ଶନ ପାଇଁ ପାର୍ଥୀବ ଶରୀରକୁ ୧୦ ରାଜାଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ ରଖାଯାଇଥିଲା। ପ୍ରଣବଙ୍କ ବାସଭବନରେ ସାଧାରଣ ଲୋକ ମଧ୍ୟ ଆସି ଅନ୍ତିମ ଦର୍ଶନ କରିଥିଲେ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏଥିସହିତ ୩ ସେନାର ପ୍ରମୁଖ ଓ ସିଡିଏସ ଜେନେରାଲ ବିପିନ ରାୱତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ପୂର୍ବତନ ରାଷ୍ଟ୍ରପତି ଗତକାଲି ସଂନ୍ଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ୮୪ ବର୍ଷୀୟ ପ୍ରଣବ ଦିଲ୍ଲୀ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚଳିତ ମାସ ତାଙ୍କ ବ୍ରେନ ସର୍ଜରୀ ହୋଇଥିଲା। ହସ୍ପିଟାଲରେ ଭର୍ତ୍ତି ହେବାପରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପରେ ଫୁସଫୁସ ସଂକ୍ରମଣ ହେବା ଯୋଗୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।