ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ବର୍ତ୍ତମାନ କୋମାରେ ଥିବାବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଏନେଇ ଦିଲ୍ଲୀ ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ମେଡ଼ିକାଲ ପକ୍ଷରୁ ଆଜି ସୂଚନା ଦିଆଯାଇଛି। ଏନେଇ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।
ସୂଚନା ଅନୁଯାୟୀ ସୋମବାର ଦିନ ନୂଆଦିଲ୍ଲୀର ଆର୍ମି ରିସର୍ଚ୍ଚ ଏବଂ ରେଫରାଲ୍ ହସ୍ପିଟାଲ୍ରେ ଶ୍ରୀ ମୁଖାର୍ଜୀଙ୍କ ମସ୍ତିଷ୍କ ଅସ୍ତ୍ରୋପଚାର ହୋଇଥିଲା। ସେହିପରି ଅସ୍ତ୍ରୋପଚାର ପୂର୍ବରୁ ଶ୍ରୀ ମୁଖାର୍ଜୀଙ୍କ କୋଭିଡ ଟେଷ୍ଟ ହୋଇଥିବା ବେଳେ ରିପୋର୍ଟ ପଜିଟିଭ ଆସିଥିଲା। ଏନେଇ ଶ୍ରୀ ମୁଖାର୍ଜୀ ଟୁଇଟ୍ କରି ସୂଚନା ଦେଇଥିଲେ। ଅସ୍ତ୍ରୋପଚାର ପରେ ତାଙ୍କୁ ଭେଣ୍ଟିଲେଟର ରଖାଯାଇଥିବା ବେଳେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିବା ଗତକାଲି ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା। ଆଜି ସେ କୋମାକୁ ଚାଲିଯାଇଥିବା ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ତାଙ୍କ ଶରୀରର ତାପମାତ୍ରା, ରକ୍ତଚାପ, ହୃଦସ୍ପନ୍ଦନ ଏବଂ ଶ୍ୱାସକ୍ରିୟା ସ୍ଥିର ରହିଥିବା ନେଇ ଡାକ୍ତର ସ୍ପଷ୍ଟ କରିଛନ୍ତି।