ଜାପାନ ପାରା ବ୍ୟାଡମିଣ୍ଟନ ଓପନ : ପ୍ରମୋଦ ଭଗତଙ୍କ ଡବଲ ବିଜୟ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଜାପାନର ଟୋକିଓଠାରେ ବୁଧବାର ଠାରୁ ଆରମ୍ଭ ହୋଇଛି ଜାପାନ ଓପନ ପାରାବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟରେ ଭାଗନେଇଥିବା ଜଣେ ମାତ୍ର ଓଡ଼ିଆ ଖେଳାଳି ତଥା ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦ ଭଗତ ପ୍ରଥମ ଦିନରେ ୨ଟି ମ୍ୟାଚରେ ବିଜୟୀ ହୋଇ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି।

ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମ୍ୟାଚରେ ସେ ପେରୁର ପେଡ୍ରୋ ପାବିଓ ଡି ଭିନାତେଆଙ୍କୁ ୨୧-୧୪, ୨୧-୧୮ରେ ପରାସ୍ତ କରିଥିଲେ। ଦ୍ୱିତୀୟ ରାଉଣ୍ଡରେ ୟୁକ୍ରେନର ଓଲେକଜାଣ୍ଡ୍ର ସାଇରକୋଭଙ୍କୁ ୨୧-୧୯, ୨୧-୮ ସିଧାସଳଖ ସେଟରେ ଭଗତ ହରାଇ ଡବଲ ବିଜୟ ହାସଲ କରିଥିଲେ।