ସମ୍ବଲପୁର,ଏନ୍ଏନ୍ଏସ୍: ପାରା ଅଲମ୍ପିଆନ୍ ପ୍ରମୋଦ ଭଗତଙ୍କୁ ମିଳିଲା ୧ କୋଟି ୧୦ ଲକ୍ଷ ଟଙ୍କାର ପୁରସ୍କାର। ସମ୍ବଲପୁର ଏଲଆଇସି ଡିଭିଜନ୍ ପକ୍ଷରୁ ପ୍ରମୋଦ ଭଗତଙ୍କୁ ଏହି ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଆଜି ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସଭାରେ ପ୍ରମୋଦ ଭଗତଙ୍କୁ ଏକ କୋଟି ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।
ଚଳିତ ବର୍ଷ ପାରା ଅଲିମ୍ପିକରେ ପ୍ରମୋଦ ଭଗତ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରି ପୂରା ରାଜ୍ୟ ସମେତ ଦେଶର ଗୌରବ ବଢାଇଥିଲେ।