ଏଏସ୍ଆଇଙ୍କୁ ବିଧାୟକଙ୍କ ଧମକ ଅଡିଓ ପ୍ରସଙ୍ଗ ଏଇଟା ଗୋଟେ ଛୋଟିଆ କଥା: ପ୍ରମିଳା

ଭୁବନେଶ୍ୱର, ଏନ୍ଏନ୍ଏସ୍: ଜଣେ ପୁଲିସ୍ ଏଏସଆଇଙ୍କୁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଧମକ ଅଡିଓ ପ୍ରସଙ୍ଗରେ ମୁହଁଖୋଲିଛନ୍ତି ବିଜେଡି ବିଧାୟିକା ତଥା ଶାସକଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ଏଇଟା ଗୋଟେ ଛୋଟିଆ କଥା। ଏହାକୁ ଗୃହରେ ଉଠାଇବା ଠିକ୍ କଥା ନୁହେଁ। କେଉଁଠି ବିଧାୟକମାନେ ଅଫିସରଙ୍କ ସହ କ’ଣ ଟିକେ କଥା ହୋଇଗଲେ ତାହାକୁ ବିରୋଧୀମାନେ ଗୃହରେ ଉଠାଇବା ମୋ ମତରେ ଉଚିତ୍ ନୁହେଁ। ଚାନ୍ଦବାଲି ବିଧାୟକ ଶ୍ରୀ ରାୟ ପୁଲିସକୁ ଧମକ ଦେଉଥିବା ଅଡିଓ ଭାଇରାଲ ହେଉଛି।  ପ୍ରକାଶ ଯେ, ଭଦ୍ରକ ବାଂଶଡ଼ା ଥାନା ଏଏସଆଇ ଗୁରୁଚରଣ ବେହେରାଙ୍କୁ ବିଧାୟକ ରାୟ ଫୋନ୍ ଯୋଗେ ଧମକ ଦେଉଥିବା ଅଡିଓ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ଡିଜିଙ୍କୁ କହି ମୋଟୁ ଅଞ୍ଚଳକୁ ଫୋପାଡ଼ି ଦେବି ବୋଲି ସେ ଧମକ ଦେଉଥିବା ଶୁଣିବାକୁ ମିଳିଛି। ତେବେ ଏହି ବାର୍ତ୍ତାଳପକୁ ବିଧାୟକ ସ୍ୱୀକାର କରିଛନ୍ତି।