ବିଛିନାଞ୍ଚଳରେ ପୁଣି ପ୍ରଜାମେଳି ଜିଲ୍ଲାରାଜ୍ୟ By Nitidin On Dec 3, 2019 Share କୋରୁକୋଣ୍ଡା,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଛିନାଞ୍ଚଳରେ ପୁଣି ଥରେ ପ୍ରଜାମେଳି ହେବା ଦେଖା ଦେଇଛି। ଏହି ପ୍ରଜାମେଳି ଚିତ୍ରକୋଣ୍ଡା ବିଛିନାଞ୍ଚଳ ର ଯୋଡ଼ାଆମ୍ବ ପଂଚାୟତର ହନ୍ତାଳଗୁଡା ଠାରେ ହୋଇଥିଲା। ଏହି ପ୍ରଜାମେଳି ରେ ବିଛିନାଞ୍ଚଳବାସୀ କେବଳ ନୂତନ କରି ହେଉଥିବା ରାସ୍ତା ନିର୍ମାଣ ଏବଂ ସେଠାରେ ଆଗକୁ ହେବାକୁ ଥିବା ବି.ଏସ.ଏଫ କ୍ୟାମ୍ପକୁ ବିରୋଧ କରି ଏହି ପ୍ରଜାମେଳି କରିଥିବା ବିଛିନାଞ୍ଚଳବାସୀ କହିଛନ୍ତି। ବିଛିନାଞ୍ଚଳବାସୀଙ୍କ କହିବାନୁଯାୟୀ, ଗତ ଦିନମାନଙ୍କରେ ସେମାନେ ସ୍ୱାସ୍ଥ୍ୟ,ଶିକ୍ଷା ଏବଂ ସେମାନଙ୍କ ଗ୍ରାମରେ ଥିବା ରାସ୍ତା ଗୁଡିକ ଆଦି ନିର୍ମାଣ ନିମନ୍ତେ ବହୁଥର ଦାବି କରି ଆସୁଛନ୍ତି। ସେମାନେ ଦଫା ୩୧ ଅନୁଯାୟୀ ବହୁ ସମୟରେ ହଜାର ହଜାର ବିଛିନାଞ୍ଚଳର ଅଧିବାସୀ ଆନ୍ଦୋଳନ ମଧ୍ୟ କରି ଆସିଛନ୍ତି। କିନ୍ତୁ ସେଗୁଡିକ ପୁରଣ ନକରି ପ୍ରଶାସନ ସେଠାରେ ନୂତନ କରି ବି.ଏସ.ଏଫ କ୍ୟାମ୍ପ ନିର୍ମାଣ କରିବାକୁ ଚାହୁଁଛନ୍ତି। ବିଗତ ଦିନରେ ଯେପରି ପାପରମେଟଲାରେ ରାଜୁ ହନ୍ତାଳକୁ ବି.ଏସ.ଏଫ ଯବାନମାନେ ଯେପରି ପିଟି ପିଟି ମାରି ଦେଇଥିଲେ। ସେଭଳି ଘଟଣାର ଯେପରି ପୁନରାବୃତ୍ତି ନହେଉ ତେଣୁ କରି ବିଛିନାଞ୍ଚଳବାସୀ ମୁଖ୍ୟତଃ ଏହି ହନ୍ତାଳଗୁଡା ଠାରୁ ଟିକିରିପଡ଼ାକୁ ହେଉଥିବା ରାସ୍ତା ନିର୍ମାଣ ଏବଂ ବି.ଏସ.ଏଫ କ୍ୟାମ୍ପକୁ ବିରୋଧ କରି ପ୍ରଜାମେଳି କରୁଥିବା କହିଛନ୍ତି । ଏହି ପ୍ରଜାମେଳିରେ ବିଛିନାଞ୍ଚଳର ଥିବା ୭ ଟି ପଂଚାୟତର ଶହ ଶହ ଆଦିବାସୀ ଏକତ୍ରିତ ହୋଇ ଏଇ ପ୍ରଜାମେଳି କରିଥିଲେ। Share