ପ୍ରଜ୍ଞା ଠାକୁର ହେଉଛନ୍ତି ଜଣେ ଆତଙ୍କବାଦୀ, ଯିଏକି ନଥୁରାମଙ୍କୁ ଦେଶଭକ୍ତ କହୁଛନ୍ତି: ରାହୁଲ

ନୂଆଦିଲ୍ଲୀ,ଏଜେନ୍ସି: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡ୍‌ସେଙ୍କୁ ଦେଶଭକ୍ତ କହିଥିବା ବିଜେପି ସାଂସଦ ପ୍ରଜ୍ଞା ଠାକୁର ଚର୍ଚ୍ଚାକୁ ଆସିଛନ୍ତି। ଏ ନେଇ ତାଙ୍କୁ ବିଭିନ୍ନ ବିଦାଦୀୟ ମନ୍ତବ୍ୟ ସୃଷ୍ଟି ହେଉଥିବା ଜଣାଯାଇଛି। ଏହାକୁ ଆକ୍ଷେପ କରି ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି।

ଏ ନେଇ ରାହୁଲ ଏକ ଟ୍ୱିଟ ଜରିଆରେ ପ୍ରଜ୍ଞା ଠାକୁର ଜଣେ ଆତଙ୍କବାଦୀ, ସେଥିପାଇଁ ସେ ଗୋଡ଼ସେଙ୍କୁ ଦେଶଭକ୍ତ କହୁଛନ୍ତି। ଭାରତୀୟ ସଂସଦୀୟ ଇତିହାସରେ ଆଜି ଏକ କଳା ଦିବସ। ପ୍ରଜ୍ଞା ଯାହା କହୁଛନ୍ତି, ତାହା ବିଜେପି ଏବଂ ଆରଏସଏସ ମନରେ ରହିଛି। ମୁଁ ଅଧିକ କ’ଣ କହିବି ବୋଲି ଟ୍ୱିଟ କରିଛନ୍ତି।

ତେବେ ପ୍ରଜ୍ଞାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କଂଗ୍ରେସ ନେତା ରାହୁଲଗାନ୍ଦୀ ଦାବି କରି ନିଜ ସମୟ ନଷ୍ଟ କରିବାକୁ ଚାହୁଁ ନଥିବା କହିଛନ୍ତି।