ନିରଞ୍ଜନଙ୍କ ବିରୋଧରେ ବିଷ ଓଗାଳିଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିଲ୍ଲୀରେ ଅଖିଳ ଭାରତ କଂଗ୍ରେସକମିଟି(ଏଆଇସିସି)ର ବୈଠକ ବସିଥିବାବେଳେ ଓଡ଼ିଶାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷ ଓଗାଳିଛନ୍ତି ପ୍ରଦେଶ ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନ। ସେ କହିଛନ୍ତି ଯେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭାଇ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହ ମିଶି ଦଳକୁ ବିକ୍ରି କରିସାରିଛନ୍ତି। ପୁଅକୁ ଲଗାଇ ନିରଞ୍ଜନ ଦଳକୁ ବିକି ବେପାର କରୁଛନ୍ତି।

ଏହି ପରିପ୍ରେକ୍ଷୀରେ ନିରଞ୍ଜନଙ୍କ ଏଭଳି ଆଚରଣକୁ ଛାତ୍ର କଂଗ୍ରେସ ଗ୍ରହଣ କରିବ ନାହିଁ। ଏମିତିକି ନିରଞ୍ଜନଙ୍କୁ ରାଜ୍ୟରେ ପୂରାଇ ଦିଆଯିବ ନାହିଁ ବୋଲି ଖୋଲାଖୋଲି କହିଛନ୍ତି ଇତିଶ। ଏଭଳି ଖୋଲାଖୋଲି ଯୁଧମଦେହି ଡାକରା ଦେଇ ନିରଞ୍ଜନଙ୍କ ନିଦ ହଜାଇ ଦିଆଯିବ ବୋଲି ଇତିଶ କହିଛନ୍ତି। ଯାହାକୁ ନେଇ ଆଜି ପ୍ରଦେଶ କଂଗ୍ରେସ ମାହୋଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି।