ଦେଶରେ ପ୍ରଦୀପ ସିଂହ ଆଇଏଏସ ଟପ୍ପର

ନୂଆଦିଲ୍ଲୀ, ଏଜେନ୍ସି: ଆଜି ପ୍ରକାଶ ପାଇଛି ୨୦୧୯ ୟୁପିଏସସି ପରୀକ୍ଷା ଫଳ। ଏଥିରେ ସର୍ବଭାରତୀୟ ସ୍ତରରେ ପ୍ରଦୀପ ସିଂହ ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ପ୍ରଦୀପ ସିଂହଙ୍କ ଘର ହରିୟାଣାର ସୋନିପଥ ତିୱାରି ଗ୍ରାମର । ସେ ମାତ୍ର ୨୪ ବର୍ଷ ବୟସରେ ଦେଶରେ ଆଇଏସ ଟପ୍ପର ହୋଇଛନ୍ତି। ତାଙ୍କ ପିତା ଶୁକବୀର ସିଂହ ସ୍ଥାନୀୟ ଏକ ପେଟ୍ରୋଲ ପମ୍ପରେ କାମ କରନ୍ତି ବୋଲି ଜଣାପଡ଼ିଛି। ସୂଚନା ଯୋଗ୍ୟ ଏହି  ପରୀକ୍ଷାରେ ମୋଟ ୮୨୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଯତୀନ କିଶୋର ଦ୍ୱିତୀୟ ଏବଂ ପ୍ରତିଭା ବର୍ମା ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।