ପ୍ରଦୀପ ପାଣିଗ୍ରାହୀ ଗିରଫ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଆଜି ସନ୍ଧ୍ୟାରେ ପଚରାଉଚରା ପାଇଁ ତାଙ୍କୁ ତାଙ୍କ ସରକାରୀ ବାସଭବନରୁ ନେଇଯାଇଥିଲା କ୍ରାଇମବ୍ରାଞ୍ଚ। ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ନାମରେ ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ବି ଦଫାରେ ମାମଲା ରୁଜୁ କରାଯାଇଛି। ଆକାଶ ପାଠକଙ୍କ ନାଁରେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା।