ଭୁବନେଶ୍ୱର, ଏନ୍ଏନ୍ଏସ୍: ଦିଲ୍ଲୀରେ ଏବେ ଜୋରଦାର ଭେଟଘାଟ ଚାଲିଥିବାବେଳେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ପ୍ରଦୀପଙ୍କ ସହ ବରିଷ୍ଠ ନେତା ଭକ୍ତ ଦାସ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ରାହୁଲଙ୍କ ସହ ବିଭିନ୍ନ ପ୍ରସଙ୍ଗ ଓ ସଂଗଠନ ସମ୍ପର୍କରେ ଆଲୋଚନା ହୋଇଛି। ପରେ ଗଣାମାଧ୍ୟମକୁ ପ୍ରତିକ୍ରିୟା ଦେଇ ‘ମୁଁ ଦଳରେ ଅଛି ଓ ରହିବି’ ବୋଲି ପ୍ରଦୀପ ଦେଇଛନ୍ତି।