ପୁରୀ,ଏନ୍ଏନ୍ଏସ୍: ଆଜି ପଞ୍ଚଭୂତରେ ଲୀନ ହେଲେ ପ୍ରଦୀପ ମହାରଥୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ପୁରୀ ସ୍ୱର୍ଗ ଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ରୁଦ୍ର ପ୍ରତାପ ମହାରଥୀ ମୁଖାଗ୍ନି ଦେଇଛନ୍ତି। ଏହି ସମୟରେ ପୁରୀ ସ୍ୱର୍ଗଦ୍ୱାରରେ ଝିଅ ପଲ୍ଲବୀ ଓ ଜ୍ୱାଇଁ ଅର୍ଦ୍ଧେନ୍ଦୁ ଉପସ୍ଥିତ ଥିଲେ। ତେବେ ତାଙ୍କର ଶେଷ ଦର୍ଶନ କରିବାକୁ ବିଭିନ୍ନ ଦଳର ନେତା ଓ ତାଙ୍କ ନିର୍ବାଚନ ମଣ୍ଡଳୀର ଶହ ଶହ ସମର୍ଥକ ସ୍ୱର୍ଗ ଦ୍ୱାରରେ ପହଞ୍ଚିଥିଲେ।
ଏହା ପୂର୍ବରୁ ତାଙ୍କ ମର ଶରୀରକୁ ଭୁବନେଶ୍ୱରରୁ ବିରାଟ ଶୋଭାଯାତ୍ରାରେ ପୈତୃକ ଗାଁକୁ ନିଆଯାଇଥିଲା।