ଟାଟା ମୋଟର୍ସ ଠକେଇ ଅଭିଯୋଗରେ ପ୍ରଦୀଦଙ୍କୁ ୨ଘଣ୍ଟା ଜେରା

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ୨ ଘଣ୍ଟା ଧରି ଜେରା କରିଛି। ଟାଟା ମୋଟର୍ସ ନିଯୁକ୍ତି ନାମରେ ଠକେଇ ଅଭିଯୋଗରେ ଲୋକାଯୁକ୍ତଙ୍କ ନିଦ୍ଦେଶକ୍ରମେ ପ୍ରଦୀପଙ୍କୁ ଭିଜିଲାନ୍ସ ପଚରାଉଚୁରା କରିଥିବା ଜଣାପଡ଼ିଛି। ପ୍ରଦୀପଙ୍କ ଆଇସିଆଇସିଆଇ ବ୍ୟାଙ୍କ ବ୍ରହ୍ମପୁର ଶାଖାରେ ଥିବା ଆକାଉଣ୍ଟରେ ବର୍ଷକ ମଧ୍ୟରେ ୨ କୋଟିରୁ ଅଧିକ ଟଙ୍କା ଜମା ନେଇ ଖୋଳତାଡ଼ କରିଛି ଭିଜିଲାନ୍ସ। ଏତେ ଟଙ୍କା କେଉଁଠି ଆସିଛି ତା’ର ଛାନଭିନ ଭିଜିଲାନ୍ସ ଜାରି ରଖିଛି। ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଆକାଉଣ୍ଟକୁ ୫୫ଲକ୍ଷ ଟଙ୍କା ଟ୍ରାନ୍ସଫର ସମ୍ବନ୍ଧରେ ମଧ୍ୟ ପଚରାଉଚୁରା କରାଯାଇଛି।

ସୂଚନାଯୋଗ୍ୟ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଆଇଏଫଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଗିରଫ ହୋଇ ଏବେ ଜେଲରେ ଅଛନ୍ତି।