୪ଜିଲ୍ଲାରେ ଦୁଇ ଦିନିଆ ବିଦ୍ୟୁତ୍ କାଟ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଦ୍ୟୁତ୍ସେବାଜନିତ ପରିଚାଳନା କାର୍ଯ୍ୟ ଚାଲୁ ରହିଥିବା ହେତୁ ମଙ୍ଗଳବାର ଓ ବୁଧବାର ୪ଟି ଜିଲ୍ଲାରେ ବିଦ୍ୟୁତ୍ କାଟ୍ ହେବ। ସେସୁ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ଏସମ୍ବନ୍ଧୀତ ସବିଶେଷ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ଭୁବନେଶ୍ୱରର ସାମନ୍ତରାପୁର, ଗ୍ୟାରେଜ୍ ଛକ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ଭିଏସ୍ଏସ୍ ନଗର, ଚେକେଇସିଆଣି, ଶ୍ରୀବିହାର, ଡ଼ମଣା ଓ ସିଆରପିଏଫ୍ ଛକରେ ସକାଳ ୭ଟାରୁ ମଧ୍ୟାହ୍ଣ ୧୨ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବନ୍ଦ ରହିବ। ସେହିଭଳି କେଶୁରା, କୋରଡ଼ାକାନ୍ତ, ମଙ୍ଗରାଜ ପଏଣ୍ଟ, ମହାଦେବ ନଗର ଓ ଜଗନ୍ନାଥ ନଗରରେ ସକାଳ ୯ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବ୍ୟାହତ ହେବ।

ଭୁବନେଶ୍ୱର ଗ୍ରାମାଞ୍ଚଳର ଫୁଲନଖରା, ନହରକଣ୍ଟା ଅଞ୍ଚଳରେ ସକାଳ ୭ଟାରୁ ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ ହେବା ନେଇ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ କଟକ ଜିଲ୍ଲାର ଗନ୍ଦାରପୁରରେ ସକାଳ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଓ ବହୁଗ୍ରାମ, ନିଆଳି, ଶାଳଗାଁ ରେଳଷ୍ଟେସନ ପାଖ ଅଞ୍ଚଳରେ ସକାଳ ୮ଟାରୁ ୨ଟା ଓ ୧୦ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ ହେବ। ଢ଼େଙ୍କାନାଳ ଜିଲ୍ଲାର ଢ଼େଙ୍କାନାଳ ସହରରେ ସକାଳ ୧୦ଟାରୁ ଅପରାହ୍ଣ ୧ଟା ଓ ଭୁବନ ଓ କାଳିଆପାଣି ଅଞ୍ଚଳରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବ୍ୟାହତ ହେବ।

ସେହିଭଳି କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବନ୍ଦ ରହିବ। ଏହିକ୍ରମରେ ସଂପୃକ୍ତ ଜିଲ୍ଲାଗୁଡ଼ିକରେ ବୁଧବାର ମଧ୍ୟ ବିଦ୍ୟୁତ୍ କାଟ୍ ହେବ। ଆସନ୍ତା ବୁଧବାର ଭୁବନେଶ୍ୱରର ଝାରପଡ଼ା, ଲକ୍ଷ୍ମୀସାଗର, ପ୍ରାଚୀ ବିହାର, ପଳାଶୁଣି ନୂଆ କଲୋନୀ, ସାମନ୍ତରାପୁର ଓ ଶିଶୁପାଳଗଡ଼ ଅଞ୍ଚଳରେ ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ ହେବ। କଳ୍ପନା,ବିଜେବି ନଗର, ସବର ସାହି ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବାରୁ ବଞ୍ଚିତ ରହିବ। କଟକର ସିଡିଏ, ଗନ୍ଦାରପୁର, ଚାଉଳିଆଗଞ୍ଜ, ଶୀଖରପୁରରେ ସକାଳ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବ୍ୟାହତ ରହିବ।

ସେହିଭଳି କଟକ ଗ୍ରାମାଞ୍ଚଳର ଆଠଗଡ଼ ଟାଉନ୍, କାନପୁର, ଗୋଡ଼ିବନ୍ଧା, କୁମରପୁରରେ ସକାଳ ୭ଟାରୁ ଅପରାହ୍ଣ ୧୨ଟା ୩୦ ପର୍ଯ୍ୟନ୍ତ, ବହୁଗ୍ରାମରେ ସକାଳ ୮ଟାର ଅପରାହ୍ଣ ୨ଟା ଓ ଡ଼ିମିରିରେ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ ହେବ। ଅନ୍ୟପକ୍ଷରେ ଢ଼େଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ବିଦ୍ୟୁତ୍ କାଟ୍ ହେବ। ଢ଼େଙ୍କାନାଳ, ବାଇସିଙ୍ଗା, ଜିରିଡ଼ମାଳି, କାନପୁର, କାମାକ୍ଷାନଗର, ମଠକରଗୋଲା, ହିନ୍ଦୋଳ, ଗଁଦିଆ, ଜୋରନ୍ଦା, ନିହାଲପ୍ରସାଦ ଭଳି ସ୍ଥାନରେ ସକାଳ ୮ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ ହେବାକୁ ଥିବା ବେଳେ ଭାପୁର ଓ ସପ୍ତସଜ୍ୟା ଅଞ୍ଚଳରେ ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବ୍ୟାହତ ହେବ।