ପୋଖରୀରେ ବୁଡ଼ି ଡାକ କର୍ମଚାରୀଙ୍କ ମୃତ୍ୟୁ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ତିଳେଇବଣି ବ୍ଲକ କଂସର ଫାଣ୍ଡି ଅନ୍ତର୍ଗତ କେନ୍ଦେଇଜୁରୀ ଗ୍ରାମରେ ପୋଖରୀରେ ବୁଡ଼ି ଜଣଙ୍କର ଶୋଚନୀୟ ଭାବେ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଡାକ କର୍ମଚାରୀ ସୁଦାମ ଛାତ୍ରିଆ (୪୫) । ମିଳିଥିବା ରିପୋର୍ଟ ମୁତାବକ, ଆଜି ମଧ୍ୟାହ୍ନ ପ୍ରାୟ ଦେଢ଼ଟା ସମୟରେ ସୁଦାମ ମହାବନ୍ଧକୁ ଗାଧୋଇ ଆସିଥିବାବେଳେ ଅସାବଧାନତାବଶତଃ ପାଣିରେ ବୁଡ଼ି ଯାଇଥିଲେ । କିଛି ସମୟ ଧରି ପାଣିରୁ ନ ବାହାରିବାରୁ ପାଖରେ ଥିବା ଅନ୍ୟ କେତେକ ଗ୍ରାମବାସୀ ତାଙ୍କୁ ପାଣି ମଧ୍ୟରୁ ଉଦ୍ଧାର କରିଥିଲେ ହେଁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଏହା ଜାଣିପାରି ଗ୍ରାମବାସୀମାନେ ପରିବାର ଲୋକ ଓ ପୁଲିସକୁ ସୂଚନା ଦେଇଥିଲେ । ଖବର ଲେଖାଯିବା ଯାଏଁ ଘଟଣାସ୍ଥଳରେ ମୃତଦେହ ରହିଥିବା ସୂଚନା ମିଳିଛି ।