ଲିଙ୍ଗଭିତ୍ତିକ ହିଂସାର ବିଲୋପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପଠାଗଲା ପୋଷ୍ଟକାର୍ଡ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମହିଳା ଓ ଯୁବତୀମାନଙ୍କର ସୁରକ୍ଷା ଓ ଲିଙ୍ଗଭିତ୍ତିକ ହିଂସାର ବିଲୋପ ପାଇଁ ଭୁବନେଶ୍ୱର ୟଙ୍ଗ୍ ଅର୍ବାନ୍ ୱିମେନ୍ ଫୋରମ୍ ତରଫରୁ ୧୦୦ରୁ ଉଦ୍ଧ୍ୱର୍ ପୋଷ୍ଟକାର୍ଡ ପ୍ରେରଣ କରାଯାଇଛି। ସହର ହେଉ ବା ଗ୍ରାମାଞ୍ଚଳ ସବୁଠାରେ ମହିଳା ଓ ଯୁବତୀମାନଙ୍କର ସୁରକ୍ଷାକୁ ନେଇ ସମସ୍ତେ ଚିନ୍ତିତ।

କେଉଁଠି ନା କେଉଁଠି ନିର୍ଯ୍ୟାତନା ଓ ପାଶବିକ ଅତ୍ୟାଚାର ମହିଳା ଓ ଯୁବତୀମାନଙ୍କ ଉପରେ ହେଉଛି। ସୁରକ୍ଷିତ ପରିବେଶଟିଏ ଗଢ଼ିବା ସମସ୍ତଙ୍କ ଦାୟିତ୍ୱ ହେବା ଦରକାର। ଏହି ପୋଷ୍ଟକାର୍ଡ ଅଭିଯାନରେ ରଚନା ତ୍ରିପାଠୀ, ଲିଜା ବେହେରା, ଏଲ୍. ଉମାବତୀ, ଶୁଭ ସାହୁ ପ୍ରମୁଖ ସାମିଲ ହୋଇଥିଲେ।