ରାଜଧାନୀରେ ପୁଣି ସୁସ୍ଥ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଜି ୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩ଜଣ ଓ ସ୍ଥାନୀୟ ସଂକ୍ରମଣ ୬ଜଣ ରହିଛନ୍ତି। ଅନ୍ୟପଟେ ୬ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ସୁସ୍ଥ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଆଜିର ୯ ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ହଜାର ୯୭୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୧ହଜାର ୬୨୭ଜଣ ସୁସ୍ଥ ହୋଇଛନ୍ତି, ୨୪୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୭୫ଜଣ ଚିକିତ୍ସିତ ହେଉଛନ୍ତି।