ରାଜଧାନୀରେ ବଢ଼ିଲା ଆକ୍ରାନ୍ତ କମିଲା ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଜି ୧୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨ଜଣ ଓ ସ୍ଥାନୀୟ ସଂକ୍ରମଣ ୧୭ଜଣ ରହିଛନ୍ତି। ଅନ୍ୟପଟେ ୮ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ସୁସ୍ଥ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୦୩ ହୋଇଥିବାବେଳେ ୩୧ ହଜାର ୩୨୬ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨୪୫ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୧୧ଜଣ ଚିକିତ୍ସିତ ହେଉଛନ୍ତି।