ଡିସେମ୍ବର ୧ ଠାରୁ ହେବ ପ୍ରଦୂଷଣ ଯାଞ୍ଚ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅକ୍ଟୋବର ୧ରୁ ଗାଡ଼ିର ପ୍ରଦୂଷଣ ଯାଞ୍ଚ ନ ହୋଇ ଡିସେମ୍ବର ୧ରୁ ଯାଞ୍ଚ ହେବ। ଏ ନେଇ ରଜ୍ୟ ପରିବହନ ନିଗମ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ନୂତନ ଟ୍ରାଫିକ ନିୟମରେ ୩ମାସ କୋହଳ କରାଯାଇଛି।

ତେବେ ଅକ୍ଟୋବର ୧ ଠାରୁ ଅନଲାଇନ୍‌ରେପ୍ରଦୂଷଣ ସାର୍ଟିଫିକେଟ ପାଇଁ ଆବେଦନ ଆରମ୍ଭ ହେଉଛି। ଏହା ପରଠାରୁ ଅନଲାଇନ୍‌ରେ ସଂଯୁକ୍ତ ଥିବା ପ୍ରଦୂଷଣ ଯାଞ୍ଚ କେନ୍ଦ୍ରର ପ୍ରମାଣପତ୍ର ହିଁ ବୈଧ ହେବ। ତେବେ ସେପ୍ଟେମ୍ବର ୩୦ ସୁଦ୍ଧା ଅଫ୍‍ଲାଇନ ମିଳିଥିବା ପ୍ରଦୂଷଣ ମୁକ୍ତ ସାର୍ଟିଫିକେଟ କାର୍ଯ୍ୟ କରିବ ବୋଲି ତାହା ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।