ସିଟି ବସ୍‌ ଧକ୍କାରେ ପୁଲିସ କର୍ମଚାରୀ ଗୁରୁତର, ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତା ରୋକ

ବ୍ରହ୍ମପୁର,ଏନ୍ଏନ୍ଏସ୍: ବ୍ରହ୍ମପୁର ସ୍ଥିତ ଗୋପାଳପୁର ଜନ୍‌ସନରେ ଶନିବାର ସକାଳେ ଏକ ସିଟି ବସ୍ ଧକ୍କାରେ ଜଣେ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏ  ନେଇ ସ୍ଥାନୀୟ ବାସିନ୍ଦାମାନେ ଗୋପାଳପୁର ଜନ୍‌ସନ ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଛନ୍ତି।

ସୂଚନା ଅନୁଯାୟୀ ସେହି ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଫ୍ଲାଏ ଓଭରବ୍ରିଜ୍‌ କାମ ଚାଲିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଶେଷ ହୋଇନାହିଁ। ସେହିଭଳି ଏହି କାମ ଚାଲୁଥିବାରୁ ରାସ୍ତା ଗୁଡ଼ିକ ସଂକୀର୍ଣ୍ଣ ହୋଇଯିବା ସହ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଛି। ତେବେ ଏ ନେଇ ଉକ୍ତ ଅଞ୍ଚଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ତେବେ ଆଜି ଏକ ସିଟି ବସ୍ ଧକ୍କାରେ ଜଣେ ପୁଲିସ କର୍ମଚାରୀ ଗୁରୁତର ହେବାରୁ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବାସିନ୍ଦାମାନେ ରାସ୍ତା ଅବରୋଧ କରି ସେଠାରେ ହମ୍ପ୍ସ ନିର୍ମାଣ କରିବା ଓ ସେଠାରେ ଟ୍ରାଫିକ ପୁଲିସ ନିୟନ୍ତ୍ରିତ କରିବା ପାଇଁ ଦାବି କରିଛନ୍ତି।