ବ୍ରହ୍ମପୁର ଜୁଆ ଆଡ୍ଡାରେ ଚଢ଼ଉ, ୭ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ବ୍ରହ୍ମପୁର,ଏନ୍ଏନ୍ଏସ୍: ବ୍ରହ୍ମପୁର ଜିଲ୍ଲା ଟାଉନ ଥାନା ଭୀମାରାଓ ପେଟାସାହିରେ ଜୁଆ ଖେଳ ହେଉଥିବାର ପୁଲିସ ଖବର ପାଇ ଚଢ଼ଉ କରିଥିଲା। ଚଢ଼ଉ ବେଳେ ପୁଲିସ ୧୫ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭ଲକ୍ଷ ୬୮ହଜାର ଟଙ୍କା ଜବତ କରିଛି।

ଏଥିସହ ଜୁଆଡ଼ି ମାନଙ୍କ ନିକଟରୁ ୧୬ଟି ମୋବାଇଲ ଓ ୫ଟି ବାଇକ୍ ଜବତ ହୋଇଛି। ତେବେ ଜଣେ ଘରୋଇ ବ୍ୟାଙ୍କ ମ୍ୟାନେଜର ଘରେ ଜୁଆ ଖେଳ ହେଉଥିବାବେଳେ ପୁଲିସ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ ବ୍ରହ୍ମପୁରରେ ପୂର୍ବରୁ ପରମ୍ପରା ଅନୁସାରେ ପ୍ରତି କୂଆଁର ପୂର୍ଣ୍ଣିମାରେ ଜୁଆ ଖେଳ ହୋଇଥାଏ।