କରୋନାରେ ପୁଲିସ ଅଧିକାରୀଙ୍କ ମୃତ୍ୟୁ

ଚଣ୍ଡିଗଡ଼,ଏଜେନ୍ସି : ଶନିବାର ପଞ୍ଜାବର ଜଣେ ସହକାରୀ ପୁଲିସ କମିଶନର (ଏସିପି) ଅନୀଲ କୋହଲି(୫୨)ଙ୍କର କରୋନାରେ ମୃତ୍ୟୁ ଘଟିଛି। ସେ ଗତ ୧୨ ତାରିଖରେ କରୋନାରେ ସଂକ୍ରମିତ ହୋଇଥିବା ଟେଷ୍ଟ୍ ରିପୋର୍ଟରୁ ଜଣାପଡ଼ିଥିଲା। ଗତ ଶୁକ୍ରବାର ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ତାଙ୍କର ପ୍ଲାଜମା ଚିକିତ୍ସା କରାଯାଇଥିଲା। କୋହଲିଙ୍କର ପତ୍ନୀ ଯେ କି ଜଣେ ଷ୍ଟେସନ୍ ହାଉସ୍ ଅଫିସର ଏବଂ ତାଙ୍କ ଡ୍ରାଇଭର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କୋହଲିଙ୍କ ବିୟୋଗରେ ଗଭୀର ଦୁଃଖପ୍ରକାଶ କରିବା ସହ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଦିଆଯିବ ବୋଲି ଘୋଷଣା କରିଛନ୍ତି।