ପୁଲିସ କ’ଣ କଲେ, ବନ୍ଧା ହୋଇ ଛେଚା ଖାଇଲେ

ବାରିପଦା,ଏନ୍ଏନ୍ଏସ୍: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ପୋଲିସ କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଲୋକେ। ଏଭଳି ଏକ ଲଜ୍ଜା ଜଣକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଏସପିଙ୍କ କାର୍ୟ୍ୟାଳୟ ପାର୍ଶ୍ଵରେ।

ଘଟଣା ମୁତାବକ ଜହରଲାଲ ବେହେରା ନାମକ ଜଣେ ଚତୁର୍ଥ ଶ୍ରେଣୀ ପୋଲିସ କର୍ମଚାରୀ ଇନ୍ଦୋର ଷ୍ଟାଡିୟମ ଦେଇ ଆସୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୋର ଜବରଦସ୍ତ ଟଣାଓଟରା କରିବା ସହ ଏକ ନିଛାଟିଆ ପମ୍ପ ହାଉସକୁ ଟାଣି ନେଇଥିଲେ।

ତେବେ ଛାତ୍ରୀ ଜଣକ ଏ ବାବଦକୁ ଘରଲୋକଙ୍କୁ ଜଣାଇବା ପରେ ତାଙ୍କ ବାପା ଆସି ଅଭିଯୁକ୍ତଙ୍କୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇ ପୋଲିସକୁ ଖବର ଦେଇଥିଲେ। ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ନେଇ ଯାଇଥିଲେ। ତେବେ ଜଣେ ରକ୍ଷକ ହୋଇ ଭକ୍ଷକ ସାଜିବା ସାଧାରଣରେ ନିନ୍ଦା କରାଯାଉଛି।