ପୁଲିସ ପଦକ ଘୋଷଣା: ଓଡ଼ିଶାର ୨ଜଣଙ୍କୁ ମିଳିବ ‘ରାଷ୍ଟ୍ରପତି ପୁଲିସ ପଦକ’

ଭୁବନେଶ୍ୱର, ଏନ୍ଏନ୍ଏସ୍: ସାଧାରଣତନ୍ତ୍ର ଦିବସ ଅବସରରେ ପୁଲିସ ପଦକ ଘୋଷଣା କରାଯାଇଛି। ଏଥିରେ ୨ଜଣଙ୍କୁ ‘ରାଷ୍ଟ୍ରପତି ପୁଲିସ ପଦକ’ ଓ ଅନ୍ୟ ୧୧ ଜଣଙ୍କୁ ‘ଉଲ୍ଲେଖନୀୟ ସେବା ପଦକ’ ମିଳିବ। ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା ଓ ବିପିଏସପିଏ ଡେପୁଟି ସୁବେଦାର ବୁଦ୍ଧି ବାହାଦୂର ଥାପ୍ପାଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ସେହପରି ଆଇନ ଶୃଙ୍ଖଳା ଆଇଜି ପ୍ରବୀଣ କୁମାର, ଏଏସପି ରବିନ୍ଦ୍ର ଦାସ, ଏଏସପି ଭବାନୀ ଶଙ୍କର ମିଶ୍ର, ଡେପୁଟି କମାଣ୍ଡାଣ୍ଟ ଅଶୋକ ଦେହୁରୀ, ଏସିପି ପ୍ରକାଶ ପାଲ, ଏଏସଆଇ ମନୋରଞ୍ଜନ ଶତପଥୀ, ହାବିଲଦାର ସରୋଜ ଭୋଇ, ହାବିଲଦାର ସେକ ନାସିରୁଦ୍ଦିନ୍, କନେଷ୍ଟବଳ ଗୌତମ ପାତ୍ର, ସୁବେଦାର ହେମନ୍ତ ଛେତ୍ରୀ, ଡେପୁଟି କମାଣ୍ଡାଣ୍ଟ ବୁଦ୍ଦା ଡମାଙ୍ଗଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିବାକୁ ଯାଉଛି।