ପୁଲିସ ସହିଦ ଦିବସ ପାଳିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ଓ କଟକରେ ୬୦ତମ ପୁଲିସ ସହିଦ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଅବସରରେ ପୁଲିସ ମୁଖ୍ୟାଳୟରେ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ଭୁବନେଶ୍ୱର ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ସହିଦ ଦିବସ ପାଳିତ ହେଉଛି। ଏଥିରେ ଡିଜିପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀଙ୍କ ଯୋଗଦାନ କରିବା ସହ ସହିଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ଚଳିତ ବର୍ଷ ଦେଶରେ ୨୨ ଓ ଓଡ଼ିଶାର ୨ଯବାନ ସହିଦ ହୋଇଛନ୍ତି। ସେମାନେ ହେଲେ ସୁଜିତ କୁମାର ମିଞ୍ଜ ଓ ଜୟରାମ କବାସୀ