ଲାଲଗଡରେ ପୁଲିସ-ମାଓବାଦୀ ଗୁଳି ବିନିମୟ : ଜଣେ ମାଓବାଦୀ ମୃତ

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ସିମାନ୍ତରେ ପୁଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ମାଓବାଦୀର ମୃତ୍ୟୁ ଘଟିଥିବା ଜଣାପଡିଛି।

ସୂଚନା ମୁତାବକ, ମାଲକାନଗିରି ସିମାନ୍ତ ଛତିଶଗଡ ସୁକମା ଜିଲ୍ଲାର ଭେଜି ଥାନା ଅନ୍ତର୍ଗତ ଗଞ୍ଚାନପାଲି ଜଙ୍ଗଲରେ ମାଓକ୍ୟାମ୍ପ ଚାଲିଥିବା ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିବାପରେ ଡିଆରଜିର ଯବାନମାନେ କୁମ୍ବିଂ ଅପରେସନ ଜାରି କରିଥିଲେ।ଯବାନଙ୍କ ଉପସ୍ଥିତି ଦେଖି ମାଓବାଦୀ ଗୁଳିଚାଳନା କରିବାରୁ ଯବାନମାନେ ମଧ୍ୟ ମାଓବାଦୀଙ୍କୁ ପାଲଟା ଜବାବ ଦେଇଥିଲେ । ଫଳରେ ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ନେଇ ସୁକମା ଏସପି ସୁଲଭ ସିହ୍ନା ସୂଚନା ଦେଇଛନ୍ତି । ନିହତ ହୋଇଥିବା ମାଓବାଦୀ ଜଣକ ଜନମୋର୍ଚ୍ଚା କମାଣ୍ଡର କାଡ ତିମୁତ୍ତା। ତାର ମୁଣ୍ଡ ପାଇଁ୧ ଲକ୍ଷ ଟଙ୍କାର ପୁରସ୍କାର ଥିବା ପୁଲିସ ପକ୍ଷରୁ କୁହାଯାଇଛି ।