ଜମ୍ମୁ-କଶ୍ମୀର: ସେନାର ଯବାନମାନେ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶକାରୀଙ୍କ ଆଉ ଏକ ଚକ୍ରାନ୍ତକୁ ବିଫଳ କରିଛନ୍ତି। ଉରି ସେକ୍ଟରସ୍ଥିତ ମାଦିୟାନ ନାମକ ଆଉଟପୋଷ୍ଟରେ ୩ଜଣ ଅନୁପ୍ରବେଶକାରୀଙ୍କୁ ମାରି ଦିଆଯାଇଛି । ଏନେଇ କଶ୍ମୀର ଜୋନ ପୁଲିସ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛି ।
ସୂଚନାଯୋଗ୍ୟ, ଏହାପୂର୍ବରୁ ଅଖନୂର ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟାକୁ ସେନା ପକ୍ଷରୁ ବିଫଳ କରାଯାଇଥିଲା ।