କଣ୍ଟେନମେଣ୍ଟ ଜୋନରେ ପୁଲିସ ଉପରକୁ ପଥରମାଡ଼, କାରଣ ଜଣାନଥିବା ବେଳେ ତଦନ୍ତ ଜାରି ଜିଲ୍ଲା By Nitidin On May 4, 2020 Share ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲା ନାଲାରୋଡ ଅଞ୍ଚଳର କଣ୍ଟେନମେଣ୍ଟ ଅଞ୍ଚଳ ମହତାବ ରୋଡରେ ପୁଲିସ ଉପରକୁ ପଥର ମାଡ଼ ହୋଇଛି। ଏହି ପରିପ୍ରେକ୍ଷୀରେ କେତେକ ଦୁର୍ବୃତ୍ତ ପୁଲିସ ଉପରକୁ ପଥର ମାଡ଼ କରିବା ସହିତ ବ୍ୟାରିକେଡକୁ ଭାଙ୍ଗି ଦେଇଛନ୍ତି। ଏଥିସହ ଘଟଣାସ୍ଥଳରେ ଉତ୍ତେଜନା ବଢ଼ିବାର ଦେଖି ଘଟଣାସ୍ଥଳକୁ ଅଧିକ ପୁଲିସ ଫୋର୍ସ ପଠାଯାଇଛି। ସୂଚନା ଅନୁସାରେ ଆଜି ନାଲାରୋଡ ଅଞ୍ଚଳରୁ ଜଣେ ୨୯ ବର୍ଷୀୟ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ଏ ନେଇ ସମ୍ପୂର୍ଣର୍ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା। ଏହା ପରେ ଆଜି ପୂର୍ବାହ୍ଣରେ ମହତାବ ରୋଡ ଅଞ୍ଚଳରେ ହଠାତ କିଛି ଯୁବକ ଏକଜୁଟ ହୋଇ ଆସି ପୁଲିସ ବ୍ୟାରିକେଡ ଭାଙ୍ଗିବା ସହ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ତେବେ ଏହି ସମୟରେ ସେଠାରେ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀଙ୍କ ମଧ୍ୟରେ ୩ ଜଣ ପଥର ମାଡ଼ରେ ଆହତ ହୋଇଛନ୍ତି। ତେବେ ଏହି ପଥରମାଡ଼ ପାଖାପାଖି ୩୦ ମିନିଟରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିଲା। ଘଟଣାର ଖବର ପାଇ ପୁଲିସ ଫୋର୍ସ ସହ ଏସପି କେ ସିବା ସୁବ୍ରମଣି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ କେଉଁ କାରଣରୁ ଏହି ପଥର ମାଡ଼ କରାଗଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଫୋର୍ସ ସେଠାରେ ମୁତୟନ ରହିଛନ୍ତି। Share