ସାଧାରଣରେ ମାଡ଼ ମାରିବା ଘଟଣାରେ ପୁଲିସ କର୍ମଚାରୀ ନିଲମ୍ବିତ

ବୌଦ୍ଧ,୨୯ା୮: ଯୁବକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ନିସ୍ତୁକ ମାଡ଼ ମାରୁଥିବା ପୁଲିସ କର୍ମଚାରୀଙ୍କ ଏଭଳି ଏକ ଭିଡିଓ ଭାଇରାଲ ହେବାପରେ ଏହାକୁ ସାଧାରଣରେ ନିନ୍ଦା କରାଯାଇଛି। ଫେସବୁକରୁ ଆରମ୍ଭ କରି ହ୍ୱାଟସଆପ ଏହି ଭିଡିଓ ଘୁରିବୁଲୁଛି । ଏହି ଭିଡିଓରେ ପୁଲିସ କର୍ମଚାରୀ ଜଣଙ୍କ ଏକ ମୋଟା ପ୍ଲାଷ୍ଟିକ ପାଇପ ଧରି ସାଦା ପୋଷାକ ପିନ୍ଧି ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରୁଛନ୍ତି। କର୍ମଚାରୀ ଜଣଙ୍କ ରଞ୍ଜନ ମହାପାତ୍ର । ସେ ରିଜର୍ଭ ପୁଲିସ କାର୍ୟ୍ୟାଳୟରେ କନେଷ୍ଟବଳଭାବେ କାର୍ୟ୍ୟ କରନ୍ତି ।

ଏହି ସମୟରେ ପାଖରେ ଦୁଇଜଣ ପୁଲିସ କର୍ମଚାରୀ ଓ ପିସିଆର୍ ଭ୍ୟାନଥିଲେ ମଧ୍ୟ ଏହାକୁ କେହିବି ପ୍ରତିବାଦ କରୁନାହାନ୍ତି । ସୋସିଆଲ ମିଡିଆରେ ଏ ନେଇ ଏକ ଭିଡିଓ ଭାଇରାଲ୍ ହେବା ପରେ ଉକ୍ତ କନଷ୍ଟେବଳଙ୍କୁ କାର୍ୟ୍ୟରୁ ନିଲମ୍ବନ କରାଯାଇଛି।