ନୂଆଦିଲ୍ଲୀ: ଦେଶର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପୁଲିସର ଏକ ଭିନ୍ନ ଚେହେରା ସାମ୍ନାକୁ ଆସୁଛି। ନିକଟରେ ଦିଲ୍ଲୀ ପୁଲିସର ଦୁଇ ହେଡ଼ କନେଷ୍ଟବଳ ଅନିଲ କୁମାର ଓ ସଞ୍ଜୀବ ଏମିତି ଏକ କାମ କରିଛନ୍ତି ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଦିଲ୍ଲୀର କାଲକାଜୀ ଅଞ୍ଚଳର ନରେଶ ଆଲୁବାଲିଆଙ୍କ ପୁଅ କୌଶଲର ବିବାହ ନିକଟରେ ଥିବା ଏକ ଆର୍ଯ୍ୟ ସମାଜ ମନ୍ଦିରରେ ହେବାର ଥିଲା। କିନ୍ତୁ ଲକଡାଉନ ଯୋଗୁଁ ଗାଡ଼ି ପାସ୍ ନମିଳିବାରୁ ସେମାନେ ମନ୍ଦିର ଯାଇପାରୁନଥିଲେ। ବରପିତା ଏହି ଦୁଇ କନେଷ୍ଟବଳଙ୍କୁ ସମ୍ପର୍କ କରିବାରୁ ଏମାନେ କାଳକାଜୀ ଥାନାର ଏସଏଚଓ ସନ୍ଦୀପ ଘଈଙ୍କୁ ଜଣାଇଲେ। ପରେ ତାଙ୍କ ଅନୁମତିକ୍ରମେ ପୁଲିସ ଜିପରେ ବର ଓ ତାଙ୍କ ପିତାମାତା ମନ୍ଦିରରେ ପହଁଚିଥିଲେ। ହିନ୍ଦୁ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହେବାପରେ କନିଆ ସେହି ଜିପରେ ବସି ଶାଶୁଘରେ ପହଁଚିଥିଲେ।