ଅଭିଯୁକ୍ତକୁ ଧରିବାକୁ ଯାଇ ଗାଁ ଲୋକଙ୍କ ଆକ୍ରମଣର ଶିକାର ହେଲେ ପୁଲିସ

ବାଲେଶ୍ୱର,ଏନ୍ଏନ୍ଏସ୍: ବହୁ ସମୟ ଧରି ପୁଲିସ ଅଟକ ରଖିଲେ ଗାଁ ଲୋକେ। ଏହି ଆକ୍ରମଣରେ ୩ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପରେ ନୀଳଗିରି ଥାନା ଆଇଆସି ସେଠାକୁ ଯାଇ ପୁଲିସକୁ ଉଦ୍ଧାର କରିଛନ୍ତି। ଏହି ଘଟଣାଟି ବାଲେଶ୍ୱର ଜିଲ୍ଲା ଔପଦା ଥାନା ଜୁରିଆପାଟଣା ଗାଁରେ।

ଉକ୍ତ ଗ୍ରାମର ଅଜୟ ମଲ୍ଲିକ ନାମକ ଜଣେ ବ୍ୟକ୍ତି ବିରୋଧରେ ଠକେଇ ଅଭିଯୋଗ ଆସିଥିଲା। ଜମି ଦେବାକୁ କହି ରାଉରକେଲାର ସଦାନନ୍ଦ ସାହୁଙ୍କ ଠାରୁ ଅଜୟ ମଲ୍ଲିକ ୧୦ଲକ୍ଷ ଟଙ୍କା ନେଇଥିଲେ। ମାତ୍ର୍ର ଜମି ଦେଇନଥିଲେ କି ଟଙ୍କା ଫେରାଇନଥିଲେ। ଏ ସମ୍ପର୍କରେ ନୀଳଗିରି ଥାନାରେ ଅଭିଯୋଗ ହୋଇଥିଲା।

ତେବେ ଗାଁରେ ଅଜୟ ଥିବା ଖବର ପାଇ ନୀଳଗିରି ଥାନାର ଏସଆଇ କିଛି କନେଷ୍ଟବଳଙ୍କୁ ନେଇ ତାଙ୍କୁ ଧରିବାକୁ ଯାଇଥିଲେ। ଏହି ସମୟରେ ଗାଁ ଲୋକେ ପୁଲିସ କର୍ମଚାରୀଙ୍କୁ ଘେରିଯିବା ସହ ଅଜୟଙ୍କୁ ଖସାଇଦେଇଥିଲେ।