ବାପା କୋଳରେ ଚାପି ହୋଇ ଦେଢ଼ ମାସର ପୁଅ ମୃତ, ମାଟି ତଳୁ ଶବ ବାହାର କଲା ପୁଲିସ

ଭଦ୍ରକ,ଏନ୍ଏନ୍ଏସ୍: ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲଟୁଆ ଗ୍ରାମରେ ସ୍ୱାମୀ-ସ୍ତ୍ରୀ’ଙ୍କ ମଧ୍ୟରେ କଳହ ଲାଗି ସ୍ତ୍ରୀ ଅଲଗା ଶୋଇଥିବା ବେଳେ ସ୍ୱାମୀ ଟୁକୁ ମୁଣ୍ଡା ୩ ପିଲାଙ୍କୁ ଧରି ଶୋଇଥିଲେ । ଅସାବଧାନତା ଯୋଗୁଁ ଦେଢ଼ ମାସର ଛୁଆଟି ଚାପି ହୋଇ ମୃତ୍ୟ ବରଣ କରିଥିଲା। ଏହା ଗତ ଶୁକ୍ରବାର ରାତିରେ ହୋଇଥିଲା। ପରେ ପିଲାଟିକୁ ପରିବାର ପକ୍ଷରୁ ପୋତି ଦିଆଯାଇଥିଲା। ସ୍ତ୍ରୀ ନନ୍ଦିନୀ ମୁଣ୍ଡା ଗତକାଲି ଥାନାରେ ତାଙ୍କ ସ୍ୱାମୀ ଟୁକୁ ମୁଣ୍ଡା ଛୁଆକୁ ମାରିଦେଇଥିବା ଅଭିଯୋଗ କରିଥିଲେ। ପରେ ପୁଲିସ ମାମଲା ରୁଜୁ କରି ମାଟି ଖୋଳି ଶିଶୁଟିର ମୃତ ଦେହ ବାହାର କରିଛି।