ପୁଲିସ ଡିଜିଙ୍କ ଦିନିକିଆ କୋରାପୁଟ ଗସ୍ତ, ଆତ୍ମସମର୍ପଣ କଲେ ଦୁଇ ମହିଳା ମାଓବାଦୀ

କୋରାପୁଟ,ଏନ୍ଏନ୍ଏସ୍: ଆଜି ଦିନିକିଆ କୋରାପୁଟ ଗସ୍ତରେ ଅଛନ୍ତି ପୁଲିସ ଡିଜି ଅଭୟ। କୋରାପୁଟ ଓ ମାଲକାନଗିରି ଜିଲ୍ଲା ମାଓବାଦୀଙ୍କ ସ୍ଥିତି ଉପରେ ସମୀକ୍ଷା କରିବାକୁ ଆଜି ପୁଲିସ ଡିଜି ଅଭୟ କୋରାପୁଟ ଗସ୍ତରେ ଆସିଥିବା ଜଣାପଡିଛି।

ଆଜି ସକାଳୁ ପୁଲିସ ଡିଜି କୋରାପୁଟରେ ପହଞ୍ଚିଥିବା ବେଳେ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁଇ ମହିଳା ମାଓବାଦୀ। ଏହି ଦୁଇ କୁଖ୍ୟାତ ମହିଳା ମାଓବାଦୀ ବିଭିନ୍ନ ମାଓ ହିଂସାରେ ସାମିଲ ରହିଛନ୍ତି। ସେମାନଙ୍କ ନାମ ରଞ୍ଜିତା ଓ ଗାଙ୍ଗୀ ବୋଲି ଜଣାପଡିଛି। ସେମାନେ କେକେବିଏନ୍ ସହିତ ମଧ୍ୟ ଜଡିତ ଥିବାର ସୂଚନା ମିଳିଛି।

ପୁଲିସ ଡିଜିଙ୍କ ସହିତ ଆଇଜି ଅପରେସନ୍ ଅମିତାଭ୍ ଠାକୁର, ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ଆଇଜି ଏସଡବ୍ଲୁ ଅନିରୁଦ୍ଧ ସିଂ ମଧ୍ୟ ଗସ୍ତରେ ରହିଛନ୍ତି। ଆଜି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମାଓ ସ୍ଥିତି ସମୀକ୍ଷା କରିବା ସହିତ ଦୁଇଟି ପୁଲିସ ଷ୍ଟେସନ୍ ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।