ପୁଲିସ ଡିଜିଙ୍କ ମାଲକାନାଗିରି ଗସ୍ତ, ମାଓ ମୁକାବିଲା ନେଇ ରଣନୀତି

ମାଲକାନାଗିରି,ଏନ୍ଏନ୍ଏସ୍: ଆଜି ପୁଲିସ ଡି.ଜି ବିଜୟ କୁମାର ଶର୍ମାଙ୍କ ମାଲକାନାଗିରି ଗସ୍ତ କରିଛନ୍ତି । ଜିଲ୍ଲା ପୋଲିସ କାର୍ୟ୍ୟାଳୟରେ ମାଓ ଦମନ ସହ ମୁକାବିଲା ନେଇ ଆଲୋଚନା କରିଛନ୍ତି । ଏଥିସହ ୫-ଟି ର ସଫଳ ରୂପାୟନ ନେଇ ଆଲୋଚନା କରିଛନ୍ତି ।

ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏଡିଜି ଆଇନି ଶୃଙ୍ଖଳା ଅର.ପି କୋଚେ, ଏଡିଜି ରାଧା କିଷ୍ଣାନ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଜିଜି ସଫିନ ଅହମ୍ମଦ କେ, ମାଲକାନଗିରି ଏସ.ପି ଋଷିକେଶ ଡି ଖୀଲାରୀଙ୍କ ସମେତ ବି.ଏସ.ଏଫ ର ବରିଷ୍ଠ ଅଧିକାରୀ ଓ ବହୁ ବରିଷ୍ଠ ପୋଲିସ ଅଧିକାରୀ ଯୋଗଦେଇଛନ୍ତି । ଜିଲ୍ଲାର ମାଓ ଉପଦ୍ରୁପ ଆଞ୍ଚଳରେ ମାଓ ଗତିବିଧି ଉପରେ କଡା ନଜର ରଖାଯିବା ସହ ଏହାର ମୁକାବିଲା ନେଇ ରଣନୀତି କରାଯାଇଛି ।