ବିଜେପୁର ଉପନିର୍ବାଚନ ନେଇ ପୁଲିସ ଡିଜିଙ୍କ ସମୀକ୍ଷା

ଆସନ୍ତା ୨୧ରେ ବିଜେପୁରରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ପୁଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବୁଧବାର ପୁଲିସ ଡିଜି ବିକେ ଶର୍ମା ଓ ଆଇଜି ହିମାଂଶୁ ଶେଖର ଲାଲ ବିଜେପୁର ପହଞ୍ଚି ଉପନିର୍ବାଚନ ନେଇ ସମୀକ୍ଷା କରିଛନ୍ତି । ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପୂୂର୍ବରୁ, ନିର୍ବାଚନ ସମୟରେ ଓ ପରେ ଯେପରି ଅଘଟଣ ନ ଘଟେ ସେଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି ।