ମାଓବାଦୀଙ୍କ ଗତିବିଧି ଓ ରଣନୀତିର ସମୀକ୍ଷା ପାଇଁ କୋରାପୁଟରେ ପହଞ୍ଚିଲେ ପୋଲିସ ଡିଜି ଅଭୟ

କୋରାପୁଟ,ଏନ୍ଏନ୍ଏସ୍: ମାଓବାଦୀଙ୍କ ଗତିବିଧି ଓ ମାଓ ଦମନ ରଣନୀତିର ସମୀକ୍ଷା କରିବା ପାଇଁ କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ସୁନାବେଡ଼ାରେ ପହଞ୍ଚିଛନ୍ତି ପୁଲିସ ଡିଜି ଅଭୟ। କୋରାପୁଟ ସହ ମାଲକାନଗିରି ଓ କନ୍ଧମାଳ ଜିଲ୍ଲା ଗସ୍ତରେ ବି ଯିବେ ପୁଲିସ ଡିଜି।

ସୂଚନା ଅନୁସାରେ ସୁନାବେଡ଼ାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆଲୋଚନାରେ ଯୋଗଦେଇଛନ୍ତି ପୁଲିସ ଡିଜି ଅଭୟ। ଏହି ମାଓ ଦମନ ଅଭିଯାନ ଓ ଆଗାମୀ ରଣନୀତି ବାବଦରେ ଜିଲ୍ଲା ପୁଲିସ ସହ ଆଲୋଚନା କରିଛନ୍ତି ପୁଲିସ ଡିଜି। ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ୍, ବିଏସଏଫ ଆଇଜି ଓ କୋରାପୁଟ ଏସପି ଉପସ୍ଥିତ ଥିଲେ। ଏଥିସହ ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତି ବାବଦରେ ବି ଆଲୋଚନା କରିଥିବା ସୂଚନା ମିଳିଛି।