୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ: ପୁଲିସ କନଷ୍ଟେବଳ ଗିରଫ

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ନିକଟରୁ ବହୁ ପରିମାଣର ଗଞ୍ଜେଇ ଜବତ କରାଯିବା ସହ ଏଥିରେ ସଂପୃକ୍ତ ଜଣେ କନଷ୍ଟେବଳକୁ ଗିରଫ ହୋଇଛନ୍ତି। ଏକ ପଣସ ବୋଝେଇ ପିକଅପ୍ ଭ୍ୟାନରେ ଗଞ୍ଜେଇ ଭର୍ତ୍ତି ହୋଇ ଚିତ୍ରକୋଣ୍ଡା ଅଞ୍ଚଳରୁ ଦୃତ ଗତିରେ ଆସୁଥିବା ଜାଣିବାକୁ ପାଇ ଅବକାରୀ ବିଭାଗ ଚଢ଼ଉ କରିଥିଲା। ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଅବକାରୀ ବିଭାଗର କର୍ମଚାରୀମାନେ ଉକ୍ତ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଏଥିରେ ବୋଇତାଳୁ ଓ ପଣସ ତଳେ ପ୍ଲାଷ୍ଟିକ ବସ୍ତାରେ ଗଞ୍ଜେଇ ରଖାଯାଇଥିବା ଦେଖିବାକୁ ପାଇଥିଲେ। ପରେ ଉକ୍ତ ପିକଅପ ଭ୍ୟାନ୍ ଓ ଗଞ୍ଜେଇକୁ ଜବତ କରିବା ସହ ଏଥିରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏଥିରେ ପ୍ରାୟ ୮ କ୍ୱିଣ୍ଟାଲ ଗେଇ ଥିବା ବେଳେ ଅଭିଯୁକ୍ତ ଜଣକ ଜଣେ ପୁଲିସ କନଷ୍ଟେବଳ ବୋଲି ଜଣାପଡ଼ିଛି । ତେବେ ତାଙ୍କୁ ପଚରାଉଚରା ଚାଲିଥିବା ବେଳେ ସବିଶେଷ ତଥ୍ୟ ଆସନ୍ତାକାଲି ପ୍ରଦାନ କରାଯିବ ବୋଲି ଅବକାରୀ ଅଧିକ୍ଷକ ଶ୍ରୀ ସେଠ ପ୍ରକାଶ କରିଛନ୍ତି।