ପୁଲିସ୍-ବିଏସଏଫର ମିଳିତ ଚଢ଼ଉ, ବିପୁଳ ବିସ୍ଫୋରୋକ ଜବତ

ଜୟପୁର,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲା ପୁଲିସ ଓ ବିଏସଏଫର ୧୫୧ ବାଟାଲିଅନ୍ ଯବାନ ଗତକାଲି ରାତିରେ ମିଳିତ ଭାବେ ଚଢ଼ଉ କରି ଏକ ପ୍ଲାଷ୍ଟିକ୍ ଡ୍ରମରୁ ବିପୁଳ ପରିମାଣରେ ବିସ୍ଫୋରୋକ ସାମଗ୍ରୀ ଜବତ କରିଛନ୍ତି।

ସୂଚନାନୁଯାୟୀ, ବୈପାରିଗୁଡ଼ା ଥାନା ଗୁପ୍ତେଶ୍ୱର ପଂଚାୟତର କେନ୍ଦୁଗୁଡ଼ା ଗ୍ରାମ ନିକଟରେ   ଏକ ପ୍ଲାଷ୍ଟିକ୍ ଡ୍ରମ ପଡ଼ିଥିବା ପୁଲିସ ଖବର ପାଇଥିଲା। ଖବର ପାଇ ପୁଲିସ୍ ଓ ବିଏସଏଫ୍  ମିଳିତ ଭାବେ ସେହି ଅଂଚଳକୁ କୁମ୍ବିଂ କରିବାକୁ ଯାଇଥିଲେ। ଆଉ କୁମ୍ବିଂ ସମୟରେ ପ୍ଲାଷ୍ଟିକ୍ ଡ୍ରମରୁ ବିସ୍ଫୋରକ ସାମଗ୍ରୀ ସମେତ ଗୋଟିଏ ରାଇଫଲ୍, ମାଓ ପତ୍ରିକା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ। ଏହି ଘଟଣା ପରେ ମାଓବାଦୀମାନେ କିଛି ବଡ଼ ଧରଣର ଯୋଜନା ପ୍ରସ୍ତୁତ କରୁଥିବା ସନ୍ଦେହ କରି ପୁଲିସ ଓ ବିଏସଏଫ  ଯବାନ ସେହି ଅଂଚଳରେ କୁମ୍ବିଂ ଜୋରଦାର କରିଥିବା ଜଣାପଡ଼ିଛି।