ଯାଜପୁରରେ ସାମ୍ବାଦିକଙ୍କୁ ଆକ୍ରମଣ, ୨୫ ଜଣଙ୍କୁ ଉଠାଇ ନେଲା ପୁଲିସ

ଏହା ପରେ ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଥିଲେି ସାମ୍ବାଦିକ ପ୍ରତିନିଧି ମଣ୍ଡଳୀ। ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ ଓ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ନିର୍ବାଚନ କର୍ମଚାରୀଙ୍କୁ ଆକ୍ରମଣ ବେଳେ ଯେଉଁ ଦଫା ଲାଗୁଛି ସେହି ଦଫା ଲାଗୁ ବୋଲି ଦାବି ମଧ୍ୟ କରାଯାଇଥିଲା ସାମ୍ବାଦିକମାନଙ୍କର ଏହି ଦଳ ରାଜ୍ୟ ନିର୍ବାଚନ ଆୟୋଗକୁ ତୁରନ୍ତ ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ଅଭିଯୁକ୍ତଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଗିରଫ ଦାବି କରିଥିଲେ। ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡିଜିପିଙ୍କ ନିର୍ଦେଶ ପରେ ବିଞ୍ଝାରପୁର ବାଛୋଳ ଗାଁରେ ୫ଟି ଥାନାର ଥାନାଧିକାରୀଙ୍କ ନେତୃତ୍ବରେ ଏକକାଳୀନ ଚଢଉ କରାଯାଇଥିଲା। ଚଢଉ ବେଳେ ଆକ୍ରମଣରେ ସପୃକ୍ତ କୁହାଯାଉଥିବା ୨୫ ଜଣଙ୍କୁ ବାଛୋଳ ଗାଁ’ରୁ ଉଠାଇ ଆଣିଛି ପୁଲିସ।

ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛୋଳ ପଞ୍ଚାୟତର ୨ ନଂ ବୁଥ୍ ନିକଟରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିଲା। ବୁଥ୍ ରିଗିଂ ବେଳେ ଖବର ସଂଗ୍ରହ କରିଥିଲେ ସାମ୍ବାଦିକ ହେଲେ ଏହାକୁ ରୋକିବା ପାଇଁ ଏହି ଆକ୍ରମଣ କରାଯାଇଥିଲା। ସେହିଭଳି ନୟାଗଡ଼ ଗଦାଧର ପ୍ରସାଦରେ ପୋଲିଂ ଏଜେଣ୍ଟ ଓ ସାମ୍ବାଦିକଙ୍କୁ ଆକ୍ରମଣ ହେବାର ଖବର ଆସିଛି। ବୁଧବାର ଦିନ ପୁରୀର କଣାସ ବ୍ଲକ ଅନ୍ତର୍ଗତ ବଦଲା ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମତଦାନ ସମୟରେ କ୍ୟାର୍ଯ୍ୟରତ ଥିବା ୪ ସାମ୍ବାଦିକ ଦୁର୍ବତ୍ତ ଅତି ନିର୍ମମ ଭାବରେ ଆକ୍ରମଣ କରିଥିଲେ।