ଲକ୍ଷ୍ମୀପୁର ହିଂସାକାଣ୍ଡ ସ୍ଥାନକୁ ପରିଦର୍ଶନ କରିବାକୁ ବାହରିଥବା ଅଖିଳେଶ ଯାଦବଙ୍କୁ ଗିରଫ କଲା ପୁଲିସ

ଉତ୍ତରପ୍ରଦେଶ,ଏଜେନ୍ସି: ଲକ୍ଷ୍ମୀପୁରରେ ରବିବାର ଘଟିଥିବା ହିଂସା ସ୍ଥାନକୁ ଯିବାକୁ ବାହାରିଥିବା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଲକ୍ଷ୍ନୀପୁରରେ ଥିବା ତାଙ୍କ ବାସଭବନ ବାହାରେ ପୁଲିସ ଗିରଫ କରିଛି। ରବିବାର ଦିନ ୪ ଜଣ ଚାଷୀଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେ ଲକ୍ଷ୍ମୀପୁର ଖେରୀ ଜିଲ୍ଲା ପରିଦର୍ଶନ କରିବାକୁ ବାହରିଥବା ସମୟରେ ପୁଲିସ ତାଙ୍କୁ ତାଙ୍କ ବାସଭବନ ବାହାରେ ଅଟକାଇଥିଲା। ଏହା ପରେ ସେ ସେଠାରେ ହିଁ ଧାରଣାରେ ବସିଥିଲେ। ଏହା ପରେ ପୁଲିସ ତାଙ୍କୁ ଗିରଫ କରିଛି।

ପୂର୍ବରୁ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ରବିବାର ଦିନ ଉତ୍ତରପ୍ରଦେଶ ପୁଲିସ ଗିରଫ କରିଥିଲା। ଏହି ଘଟଣାକୁ ନେଇ ପ୍ରୟଙ୍କା କହିଥିଲେ ଯେ ଆଜିର ଘଟଣା ଦର୍ଶାଉଛି ଯେ ଏହି ସରକାର କୃଷକମାନଙ୍କୁ ହଟାଇବା ପାଇଁ ରାଜନୀତି କରୁଛନ୍ତି। ଏହା ହେଉଛି କୃଷକ ଦେଶ, ବିଜେପିର ନୁହେଁ ମୁଁ ପୀଡିତାର ସମ୍ପର୍କୀୟଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇ କୌଣସି ଅପରାଧ କରୁନାହିଁ ଆପଣ କାହିଁକି ଆମକୁ ଅଟକାଉଛନ୍ତି? ତୁମର ୱାରେଣ୍ଟ ରହିବା ଉଚିତ ବୋଲି କଂଗ୍ରେସ ନେତା କହିଛନ୍ତି।

ରବିବାର ଦିନ ୟୁପିର ଲକ୍ଷ୍ମୀପୁର ଖେରିରେ ୮ ଜଣଙ୍କ ମଧ୍ୟରେ ୪ ଜଣ କୃଷକ ଥିଲେ, ଯେଉଁଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ମାଲିକାନାରେ ଥିବା ତିନିଟି ଏସୟୁଭିର ଏକ କନଭୋନ୍ ଧକ୍କା ଦେଇଥିଲା।