ପିଓକେ ପ୍ରସଙ୍ଗରେ ସରକାରଙ୍କ ଆଦେଶ ଅନୁଯାୟୀ କାମ ହେବ: ବିପିନ ରାୱତ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ନେଇ ସରକାର ଯାହା ଆଦେଶ ଦେବେ, ଭାରତୀୟ ସେନା ସେହି ଅନୁଯାୟୀ କାମ କରିବ ବୋଲି କହିଛନ୍ତି ଭାରତୀୟ ସେନା ଅଧିକାରୀ ଜେନେରାଲ ବିପିନ ରାୱତ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ବୟାନକୁ ନେଇ ଗଣମାଧ୍ୟମଜେନେରାଲ ବିପିନ ରାୱତଙ୍କୁ ପିଓକେ ସମ୍ବନ୍ଧରେ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତରରେ ଜେନରାଲ ରାୱତ କହିଥିଲେ ଯେ, ଭାରତୀୟ ସେନା ସବୁବେଳେ ସବୁ ସମୟରେ କେନ୍ଦ୍ର ସରକାରଙ୍କ ଆଦେଶକୁ କାମରେ ପରିଣତ କରିବାକୁ ତୟାର ଅଛି।

ସୂଚନାଯୋଗ୍ୟ, ଜମ୍ମୁକଶ୍ମୀରରୁ ୩୭୦ଧାରା ଉଠିବା ପରେ, ସରକାରଙ୍କର ଆଗାମୀ ଲକ୍ଷ୍ୟ ହେଉଛି ପାକିସ୍ତାନ ଅଧିକୃତ କଶ୍ମୀରକୁ  ଭାରତର ଅଭିନ୍ନ ଅଂଶରେ ପରିଣତ କରିବା ବୋଲି କେନ୍ଦ୍ରସରକାର ଜିତେନ୍ଦ୍ର ସିଂହ ମନ୍ତବ୍ୟ ଦେଇଥିଲେ।