ଭାରତୀୟ ସୀମାକୁ ପଶି ଆସିଲେ ପିଓକେ ଯୁବକ, ହସ୍ତାନ୍ତର କଲା ସେନା

ଶ୍ରୀନଗର,ଏଜେନ୍ସି: ଭାରତୀୟ ସୀମାକୁ ଅନୁପ୍ରବେଶ କରିଥିବା ପିଓକେ ଯୁବକଙ୍କୁ ହସ୍ତାନ୍ତର କଲା ଭାରତୀୟ ସେନା। ଭାରତୀୟ ସେନା ମାନବିକତା ଦୃଷ୍ଟିରୁ ତାକୁ ପାକିସ୍ତାନ ସେନା ହାତରେ ହସ୍ତାନ୍ତର କରିଛି।

ପାକିସ୍ତାନ ଅଧିକୃତ କାଶ୍ମୀରର ଗୁଲାମ କ୍ୱାଦିର ଭାରତୀୟ ସୀମାକୁ ଅନୁପ୍ରବେଶ କରିଥିଲେ। ସେ ପିଓକେର ଘିମ ଅଞ୍ଚଳର ନିକିଆଲର ବୋଲି ଜଣାପଡିଛି। ଭାରତୀୟ ସୀମାକୁ ଅନୁପ୍ରବେଶ କରିବା ପରେ ଭାରତୀୟ ସେନା ତାକୁ ଗିରଫ କରିଥିଲା। ସେନା ନିଜ ହେପାଜତରେ ନେଇଥିଲା। ଏହାପରେ ପାକିସ୍ତାନ ସେନା ସହିତ ଯୋଗାଯୋଗ କରାଯାଇଥିଲା। ଦୁଇ ଦେଶର ସେନା ଉପସ୍ଥିତିରେ ତାଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଭାରତୀୟ ସେନା ଏକ ବିଜ୍ଞପ୍ତିରେ ପ୍ରକାଶ କରି କହିଛି ଯେ, ମାନବିକତା ଦୃଷ୍ଟିକୋଣରୁ ଏଭଳି କାର୍ଯ୍ୟ କରାଯାଇଛି। ଉଭୟ ସେନାର ଚୁକ୍ତି ଅନୁଯାୟୀ ଏଭଳି ଅନୁପ୍ରବେଶ କରିଥିବା ଲୋକଙ୍କୁ ତୁରନ୍ତ ହସ୍ତାନ୍ତର କରାଯିବା ବ୍ୟବସ୍ଥା କରାଯାଇଥିଲା।