- ଭୁବନେଶ୍ୱର: ଆରପାରିରେ ‘ଗେଲିବୋଉ’ର କବି ଲକ୍ଷ୍ମୀଧର ଦଳେଇ। ୨୧ ତାରିଖ ରାତି ୯ଟାରେ ତାଙ୍କର ଦେହାନ୍ତ ହୋଇଛି। ନିଜ ଅଞ୍ଚଳରେ ତାଙ୍କୁ ‘ଗୁଜୁରୀ ଭାଇ’ ବୋଲି ଲୋକେ ଡାକୁଥିଲେ। ତାଙ୍କ କବିତା ଥିଲା ଖୁବ ହୃଦୟସ୍ପର୍ଶୀ। ଗ୍ରାମୀଣ ଜୀବନର କଥାକୁ ନେଇ ସେ ଖୁବ ସୁନ୍ଦର ସାଟାୟାର ଧର୍ମୀ କବିତା ଲେଖୁଥିଲେ। ତାଙ୍କ ‘ଗେଲିବୋଉ’ ସିରିଜର କବିତା ଏକଦା ଖୁବ ଦର୍ଶକୀୟ ଆଦୃତି ପାଇଥିଲା। ପିପିଲି – ଡେଲାଙ୍ଗ ସାହିତ୍ୟ ସଭାଗୁଡ଼ିକରେ ତାଙ୍କୁ ଦେଖିବାକୁ ଓ ତାଙ୍କ କବିତା ଶୁଣିବାକୁ ମିଳୁଥିଲା। ସାଧାରଣ ଜୀବନରେ ସେ ଥିଲେ ଖୁବ ସରଳ ଓ ଅମାୟିକ। ଗାଁ ସଂସ୍କୃତିକୁ ନେଇ ସେ କବିତା ସବୁ ଲେଖୁଥିଲେ। ସାହିତ୍ୟ ଅନୁଷ୍ଠାନ ‘ଚେତନା ଓଡ଼ିଶା’ର ସେ ଥିଲେ ଉପସଭାପତି। ତାଙ୍କ ବିୟୋଗରେ ସାହିତ୍ୟିକ ବନ୍ଧୁ ଓ ପ୍ରିୟ ପରିଜନମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।