ଅର୍ଥ ମନ୍ତ୍ରାଳୟର ପିଏମସି ସ୍କାମ ମାମଲାର ସହ କୌଣସି ସମ୍ପର୍କ ନାହିଁ: ସୀତାରମଣ

ମୁମ୍ବାଇ,ଏଜେନ୍ସି: ପିଏମସି(ପଞ୍ଜାବ-ମହାରାଷ୍ଟ୍ର କୋଅପରେଟିଭ) ବ୍ୟାଙ୍କ ସ୍କାମ ମାମଲାରେ ଗୁରୁବାର ମୁମ୍ବାଇ ବିଜେପି କାର୍ୟ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଜମାକାରୀ। ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଉପରେ ଅସନ୍ତୋଷ ପ୍ରକାଶ କରି ଜମାକାରୀମାନେ ବିରୋଧ ପ୍ରଦର୍ଶନ କରିବା ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନଙ୍କୁ ଭେଟିଛନ୍ତି। ଏହି ପରିପ୍ରେକ୍ଷୀରେ ଜମାକାରୀଙ୍କୁ ଯଥା ସମ୍ଭବ ସାହାଯ୍ୟ କରାଯିବ ବୋଲି ଶ୍ରୀମତୀ ସୀତାରମଣ ଆଶ୍ୱାସନା ଦେଇଛନ୍ତି।

ପରେ ପ୍ରେସ କନଫରେନ୍ସରେ ଅର୍ଥ ମନ୍ତ୍ରାଳୟର ପିଏମସି ସ୍କାମ ମାମଲାର ସହ କୌଣସି ସମ୍ପର୍କ ନାହିଁ, ଏହି ପୂରା ଘଟଣା ଉପରେ ଆରବିଆଇ ନଜର ରଖିଛି ବୋଲି କହିଛନ୍ତି ନିର୍ମଳା ସୀତାରମଣ।

ସୂଚନାଯୋଗ୍ୟ ଯେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ଆଶଙ୍କାରେ ଗତ ସେପ୍ଟେମ୍ବର ମାସରୁ ଆଗାମୀ ୬ମାସ ପର୍ୟ୍ୟନ୍ତ ପିଏମସି ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ପ୍ରତିବନ୍ଧକ ଲଗାଇଛି।