ପିଏମସି ବ୍ୟାଙ୍କ ଠକେଇ ଅଭିଯୋଗରେ ଭିଜିଲାନ୍ସର ୬ଟି ସ୍ଥାନରେ ଚଢ଼ଉ

ମୁମ୍ବାଇ,ଏଜେନ୍ସି: ପଞ୍ଜାବ ଆଣ୍ଡ୍‌ ମହାରାଷ୍ଟ୍ର କୋ-ଅପରେଟିଭ୍‌ ବ୍ୟାଙ୍କ୍‌ର ଜାଲିଆତି ଘଟଣାରେ ଆଜି ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ଏହାକୁ ନେଇ ମୁମ୍ବାଇ ପୁଲିସ ଅଭିଯୋଗକୁ ଭିତ୍ତିକରି ବ୍ୟାଙ୍କ୍‌ ଅଧିକାରୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ ଏନ୍‌ଫୋର୍ସମେଣ୍ଟ୍‌ କେସ୍‌ ଇନ୍‌ଫର୍ମେସନ ରିପୋର୍ଟ ରେଜିଷ୍ଟ୍ରି କରିଛି। ଏଥିରେ ୬୫୦୦ କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି।

ସେହିପରି ପିଏମ୍‌ସି ବ୍ୟାଙ୍କ୍‌ ଏବଂ ସକ୍ରିୟ ନଥିବା ରିଆଲିଟି କମ୍ପାନି ହାଉସିଙ୍ଗ୍‌ ଡେଭଲପ୍‌ମେଣ୍ଟ୍‌ ଆଣ୍ଡ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ଲିମିଟେଡ୍‌ ମଧ୍ୟରେ ଥିବା ସମ୍ପର୍କ ସମ୍ବନ୍ଧରେ ତଦନ୍ତ କରୁଥିବା ମୁମ୍ବାଇ ପୁଲିସର ଇକୋନମିକ୍ସ୍‍ ଉଇଙ୍ଗ୍‌ ଏଚ୍‌ଡିଆଇଏଲ୍‌ର ସିଇଓ ଏବଂ ମ୍ୟାନେଜିଙ୍ଗ୍‌ ଡାଇରେକ୍ଟର୍‌ଙ୍କୁ ଗିରଫ କରିବାର ଦିନକ ପରେ ପ୍ରବର୍ତ୍ତନ ନିର୍ଦେଶାଳୟ ତଲାସ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ଏଚ୍‌ଡିଆଇଏଲ୍‌ର ଅଧିକାରୀମାନଙ୍କ ବ୍ୟକ୍ତିଗତ ଆକାଉଣ୍ଟ୍‌ରେ ପିଏମ୍‌ସି ବ୍ୟାଙ୍କ୍‌ ୨୦୦୦ କୋଟି ଟଙ୍କା ପ୍ରତ୍ୟକ୍ଷ ଭାବେ ଜମା କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ପୁଲିସ
ବ୍ୟାଙ୍କ୍‌ ଅଧିକାରୀଙ୍କ ବିରୋଧରେ ମଧ୍ୟ ଠକେଇ ଏବଂ ଜାଲିଆତି ମାମଲା ରୁଜୁ କରିଛି।