ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ବିଜେପିର ଅଭିଯୋଗ

୧୩ଲକ୍ଷରୁ ୧୦ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନା ବଣ୍ଟନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋର ଦୁର୍ନୀତି ହୋଇଥିବା ସୋମବାର ବିଜେପି ପକ୍ଷରୁ ଏକ ପ୍ରେସମିଟରେ ଅଭିଯୋଗ ହୋଇଛି। ଏଥିରେ ମୋଟ ୧୨ଲକ୍ଷ ୭୫ହଜାର ହିତାଧିକାରୀଙ୍କୁ ମଧ୍ୟରୁ ୧୦ଲକ୍ଷ ଅଯୋଗ୍ୟ ବୋଲି ଦଳ ଅଭିଯୋଗ କରିଛି। ତେବେ ହିତାଧିକାରୀ ଚୟନରେ ୮୫ ପ୍ରତିଶତ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଗୋଲକ ମହାପାତ୍ର ଓ ସାରଦା ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ ଦାଉଦପୁରରେ ଯେତେ ଲୋକ ଅଛନ୍ତି ତଦୂର୍ଦ୍ଧ୍ବ ଘର ବଣ୍ଟନ କରାଯାଇଛି। ଏହା ପରେ ମଧ୍ୟ ସରକାର ଆହୁରି ଘର ଦେବେ ବୋଲି ପ୍ରତିଶ୍ରୁତି କରିଥିବା ଅଭିଯୋଗ ହୋଇଛି। ସେହିପରି ଜମରା ପଞ୍ଚାୟତରେ ୨୨୬ଜଣ ଘର ପାଇବାକୁ ଘୋଷଣା ହୋଇଛି। ସେମାନଙ୍କ ଭିତରୁ ୧୬୬ଜଣ ଥିଲାବାଲା ବୋଲି ବିଜେପି କହିଛି।